Odisha Link
Bridging the Missing Links in Odisha

୨ୟ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ୪୬ ଜଣ

ଭୁବନେଶ୍ବର: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ୧୯ ବର୍ଷୀୟ ଯୁବକ ଅଟନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା  ସ୍ଥିର ରହିଛି।  ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣକ ୪୬ ଜଣଙ୍କ ସଂସ୍ପର୍ଶରେ ଆସି ଆସିଥିବା ନେଇ ନେଇ ଜଣାପଡିଛି।

୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କ ପରିଚୟ ମିଳିଛି ସାରିଛି। ଅବଶିଷ୍ଟ ୩ ଜଣଙ୍କୁ ଖୋଜି ବାହାର କରିବା ପାଇଁ ୮ଟି ଟିମ୍‌ ଗଠନ କରି ସେମାନଙ୍କ ସନ୍ଧାନରେ ଲାଗିଛନ୍ତି। ଏଥିସହ ଏମ୍ସ ଘଟଣାକୁ ସରକାର ସର୍ବଚ୍ଚ୍ୱ ଗୁରୁତ୍ୱ ଦେଉଛନ୍ତି। ତେଣୁ ଭୟବୀତ ହେବାର କୌଣସି କାରଣ ନାହିଁ। ଧର୍ଯ୍ୟହରା ହୁଅନ୍ତୁନି, ବିଶ୍ୱ ମହାମାରୀକୁ ମିଳିମିଶି ମୁକାବିଲା କରିବାର ସମୟ ଆସିଛି ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୨୦ ରାଜ୍ୟକୁ କରୋନାରେ ବ୍ୟାପିବା ସହ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ସୁସ୍ଥ ହୋଇ ଡିସ୍‌ ଚାର୍ଜ ହୋଇଛନ୍ତି।

Comments are closed.