Odisha Link
Bridging the Missing Links in Odisha

ବଲିଉଡର ଗାୟିକା କନିକାଙ୍କୁ କରୋନା

ଲକ୍ଷ୍ନୌ : ପ୍ରାଣଘାତୀ କରୋନା ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮୨ ଦେଶକୁ କରୋନା ବ୍ୟାପିସାରିଲାଣି। ବଲିଉଡ ପ୍ରସିଦ୍ଧ ଗାୟିକା କନିକା କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି ।

ପରୀକ୍ଷା ପାଇଁ ପଠାଯାଇଥିବା ତାଙ୍କ ରକ୍ତ ନମୂନାରେ କରୋନା ପଜଟିଭ ଆସିଥିବା ନେଇ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ କନିକା 15 ମାର୍ଚ୍ଚ ଦିନ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ, ବିମାନ ବନ୍ଦରରେ ପରୀକ୍ଷାରୁ ବଞ୍ଚିବା ପାଇଁ ବିମାନ ବନ୍ଦର କିଛି କର୍ମଚାରୀଙ୍କ ସାହାର୍ଯ୍ୟରେ ସେ ବିମାନ ବନ୍ଦରରୁ ଖସି ଯାଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଶାଲିମାର ଗେଲେଟ ଆପର୍ଟମେଣ୍ଟରେ ନିଜ ପରିବାର ସହ ରହୁଥିବା କନିକା ନିଜ ଘରେ ପହଁଞ୍ଚି ରବିବାର ଦିନ ଏକ ବଡ ପାର୍ଟି ଆୟୋଜନ କରିଥିବା ଜଣାପଡିଛି । ଏହି ପାର୍ଟିରେ ଉତ୍ତରପ୍ରଦେଶ ଅନେକ ବଡ ବଡ ନେତା ଓ ଅଫିସର ମାନେ ମଧ୍ୟ ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।

କନିକାଙ୍କୁ କରୋନା ହୋଇଥିବା ନେଇ ଜଣାପଡିବା ପରେ କନିକା ରହୁଥିବା ଆପାର୍ଟମେଣ୍ଟରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ତେବେ ଚିନ୍ତାର ବିଷୟ ହେଉଛି କନିକା କେବଳ ଆପାର୍ଟମେଣ୍ଟରେ ପାର୍ଟି କରିନାହାଁନ୍ତି ଲକ୍ଷ୍ନୌରେ ଥିବା ତାଜ ହୋଟେଲର ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ ।

ଘଟଣା ଜଣାପଡିବା ପରେ ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି । କନିକାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ନେଇ ରାଜ୍ୟସରକାର ସେ ସମସ୍ତ ଲୋକମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ଏହା ଛଡା କନିକାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖା ଯାଇଛି ।

Comments are closed.