Odisha Link
Bridging the Missing Links in Odisha

କରୋନା : ବ୍ୟାଙ୍କ ଶାଖା ଓ ଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କମାନଙ୍କୁ କେତେକ ପରାମର୍ଶ ଦିଆଯାଇଛି । ବ୍ୟାଙ୍କମାନେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଓ ଏଟିଏମ୍‌ଗୁଡ଼ିକରେ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସବୁ ବ୍ୟାଙ୍କ ଶାଖା ଓ ଏଟିଏମ୍‌ରେ ଭବିଷ୍ୟତରେ ଯେପରି ନଗଦ ଟଙ୍କାର ଅଭାବ ପରିଲକ୍ଷିତ ନହୁଏ ତାହାକୁ ସୁନିଶ୍ଚିତ କରିବାକୁ ଅର୍ଥ ବିଭାଗ ପକ୍ଷରୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.