Odisha Link
Bridging the Missing Links in Odisha

ରାଜ୍ୟସଭା: ରଙ୍ଗେଇଲୁଣ୍ଡା ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବ୍ରହ୍ମପୁରର ବିକାଶ ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡାରେ ଥିବା ଏୟାର ଷ୍ଟ୍ରିପର ବିକାଶ ପ୍ରସଙ୍ଗ ଉଠାଇଛନ୍ତି। ରଙ୍ଗେଇଲୁଣ୍ଡାରେ ଥିବା ଏୟାରଷ୍ଟ୍ରିପକୁ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ରେ କରାଯାଇଥିବା ପରି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ପରିଣତ କରିବାକୁ ସେ ଦାବି କରିଛନ୍ତି। ଯାତ୍ରୀମାନଙ୍କ ସୁବିଧା ତଥା ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାରେ ବିମାନ ସଂଯୋଗ ପାଇଁ UDAN ଯୋଜନାରେ ଏୟାରଷ୍ଟ୍ରିପ୍ ଅନ୍ତର୍ଭୂକ୍ତ କରିବାକୁ ମଧ୍ୟ ଶ୍ରୀ ପାତ୍ର ଦାବି କରିଛନ୍ତି। ଏଥିସହ ମାନ୍ୟବର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏହାକୁ ଗୁରୁତର ସହ ନେବାକୁ ସେ ଅନୁରୋଧ କରିଛନ୍ତି।

ଏଥିସହିତ ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ନିକଟ ବାଘମାରି ଠାରେ ଏକ ରେଳ ଷ୍ଟେସନ୍ ଯୋଗାଇବା ପାଇଁ ଆଜି ରାଜ୍ୟସଭାରେ ଦାବି କରିଛନ୍ତି। ଯାହାଫଳରେ ଉଷ୍ମ ପ୍ରସବଣ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଯାତ୍ରା ସୁଗମ ହେବା ସହିତ ଅଟ୍ରି ଅଞ୍ଚଳର ଉନ୍ନତି ହୋଇପାରିବ। ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀରେ ଅଟ୍ରି ଉଷ୍ମ ପ୍ରସବଣର ବିକାଶ ପାଇଁ ବିଚାର କରିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

Comments are closed.