Odisha Link
Bridging the Missing Links in Odisha

କରୋନା: ବିରୁଷ୍କାଙ୍କ ସଚେତନତା ବାର୍ତ୍ତା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଏବେ ସାରା ଦୁନିଆ ଚିନ୍ତିତ। ଏଭଳି ଏକ କଠିନ ସମୟରେ ଗତକାଲି ଦେଶବାସୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ। ଏବେ ଏଥିରେ ସାମିଲ ହେଲେ ବିରୁଷ୍କା। ଅର୍ଥାତ୍‌ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା।

ଉଭୟ ବିରାଟ୍ ଓ ଅନୁଷ୍କା ଟ୍ୱିଟରରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ସେମାନେ କୋଭିଡ୍‌-୧୯ ମହାମାରୀରୁ ଦୂରେଇ ରହିବ ପାଇଁ ପରାମର୍ଶ ଦେଇଛନ୍ତି। ବିରୁଷ୍କା କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ ଏହା ଏକ କଠିନ ସମୟ। ଏହି କରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ଆମେ ନିଜର ଏବଂ ଅନ୍ୟର ସୁରକ୍ଷା ପାଇଁ ଘରେ ରହୁଛୁ। ଆପଣମାନେ ମଧ୍ୟ ଠିକ୍ ସେୟା କରନ୍ତୁ। ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଏଭଳି କହିଛନ୍ତି ବିରୁଷ୍କା

କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ୨ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୧୦ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଏଥିରେ ୪ଜଣ ପ୍ରାଣ ହରାଇଛନ୍ତି।

Comments are closed.