Odisha Link
Bridging the Missing Links in Odisha

ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି କରୋନା ଭୂତାଣୁୁ ସମ୍ପର୍କରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଭିଡ଼ିିଓ କନଫରେନ୍ସିଂରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି। ନବୀନ ତାଙ୍କ ପ୍ରସ୍ତାବରେ ପରୀକ୍ଷଣ କେନ୍ଦ୍ର ସଂଖ୍ୟାକୁ ଖୁବଶୀଘ୍ର ବଢ଼ାଇବା ପାଇଁ ପ୍ରସ୍ତାବ ରହିଛି। ଏଥିସହିତ ସରକାରୀ ଓ ବେସରକାରୀ ସ୍ତରରେ ଟେଷ୍ଟ ମାଗଣାରେ କରାଯାଉ । ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ଅନ୍ୟ ଉପକରଣ ମହଜୁଦ ରହୁ ବୋଲି ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି।

ଏଥିସହିତ ମୋଦିଙ୍କୁ ଆର୍ଥିକ ସହଯୋଗ ମାଗିଛନ୍ତି ନବୀନ। ମନରେଗାରେ ୫୦ ଦିନର ପାରିଶ୍ରମିକ ଦିଆଯାଉ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଉ। ଚାଷୀଙ୍କୁ ପିଏମ କିଷାନରେ ଅତିରିକ୍ତ କିସ୍ତି ଦିଆଯାଉ। ଏହାସହ ନିର୍ମାଣ ଶ୍ରମିକ ଓ ଅନ୍ୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ। ରାଜ୍ୟକୁ ଅଗ୍ରୀମ ଆକାରରେ ଅନୁଦାନ ଦିଆଯାଉ ବୋଲି ନବୀନ ପଟ୍ଟନାୟକ ଦାବି ରଖିଛନ୍ତି।

ଏହାସହ କେନ୍ଦ୍ରର କିଛି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ତର୍ଜାତୀୟ ଗମନାଗମନ ଉପରେ ରୋକ ଲାଗିବା ଓଏସଡ଼ିଆରଏଫକୁ ପ୍ରସ୍ତୁତ ରଖିବା ପ୍ରଶଂସନୀୟ ବୋଲି କହିଛନ୍ତି ନବୀନ। ଇରାନ ଓ ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.