Odisha Link
Bridging the Missing Links in Odisha

‘ଜନତା କର୍ଫ୍ୟୁ’: ମନ୍ତ୍ରୀ ଅରୁଣ ସାହୁଙ୍କ ସମର୍ଥନ, କହିଲେ…

ନୟାଗଡ଼: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତିତ। କରୋନା ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ମୋଦିଙ୍କ ଆହ୍ବାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ମାର୍ଚ୍ଚ ୨୨ ତାରିଖ ରବିବାର ଦିନ ନିର୍ଦ୍ଧାରିତ ସମୟରେ ଘରୁ ନବାହାରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। କରୋନା ଭୂତାଣୁକୁ ନେଇ ନୟାଗଡ଼ବାସୀ ଭୟଭୀତ ନହେବା ପାଇଁ ନୟଗାଡ଼ର ସମସ୍ତ ଜିଳ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ସାହୁୁ।

ସମସ୍ତେ ସଚେତନ ହେବା ସହିତ ସାମାଜିକ ଦୂରତା ଅବଲମ୍ବନ କଲେ କରୋନା ଭୂତାଣୁ କ୍ଷତି କରି ପାରିବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ମନ୍ତ୍ରୀ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ପ୍ରତ୍ୟକ ନାଗରିକ ସରକାରଙ୍କ ନିୟମକୁ ମାନି ନାମ ପଞ୍ଜିକରଣ କରିବା ପାଇଁ ନିବେଦନ କରିଛନ୍ତି।

Comments are closed.