Odisha Link
Bridging the Missing Links in Odisha

ଏଣିକି ୧୧୧ଟି ପରୀକ୍ଷାଗାରରେ କରୋନା ଭାଇରସ ପରୀକ୍ଷା ହେବ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଳବ ଅଗ୍ରଓ୍ବାଲ କହିଛନ୍ତି ଯେ, ଆଜିଠାରୁ ଦେଶର ୧୧୧ଟି ପରୀକ୍ଷାଗାରରେ କରୋନା ଭାଇରସର ପରୀକ୍ଷା କରାଯିବ। ଏହା ପୂର୍ବରୁ କେବଳ ୭୨ଟି ସରକାରୀ ପରୀକ୍ଷାଗାରରେ କରୋନା ଭାଇରସ ପରୀକ୍ଷା କରିବାକୁ ଅନୁମତି ଥିଲା। ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଆଜି ୩୯ଟି ଘରୋଇ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକ୍ଷାଗାର ସଂଖ୍ୟା ବଢିବା ଅର୍ଥ ନୁହେଁ ଯେ ଲୋକମାନେ ମନଇଚ୍ଛା ଯାଇ ପରୀକ୍ଷା କରିବେ। କେବଳ କ୍ଷମତାପ୍ରାପ୍ତ ଡାକ୍ତରଙ୍କ ସୁପାରିଶକ୍ରମେ ଉପଯୁକ୍ତ ନିୟମ ଅନୁସରଣ କରି ଏହି ପରୀକ୍ଷା କରାଯାଇପାରିବ।

Comments are closed.