Odisha Link
Bridging the Missing Links in Odisha

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର୍‌ ଜବତ

ବେଙ୍ଗାଲୁରୁ: ଆପଣ ସାନିଟାଇଜର କିଣୁଛନ୍ତି କି? ସାବଧାନ। ଆପଣ ଧୋକା ଖାଇ ପାରନ୍ତି। ହୁଏତ ଏହି ସାନିଟାଇଜର୍‌ ଆପଣଙ୍କୁ ସୁରକ୍ଷିତ ରଖି ନ ପାରେ। କାରଣ ବଜାରରେ ବୁଲୁଛି ନକଲି ସାନିଟାଇଜର୍।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ହାଣ୍ଡ-ସାନିଟାିଜର୍‌ର ଚାହିଦା ବଢ଼ିଥିବା ବେଳେ ଏହାକୁ ନେଇ ଅସାଧୁ ବ୍ୟବସାୟ ଆରମ୍ଭ ହୋଇଯାଇଛି। ବେଙ୍ଗାଲୁରୁରୁ ପ୍ରାୟ ୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ କରାଯାଇଛି।

କରୋନା ପାଇଁ ଏଯାଏଁ କୌଣସି ପ୍ରତିଷେଧକ ବା ଔଷଧ ଆବିସ୍କାର ହୋଇ ନଥିବା ବେଳେ ହାଣ୍ଡ-ସାନିଟାଇଜରରେ ୨୦ ସେକେଣ୍ଡ ହାତ ସଫା କରିବା ସହ ଆଖି, ନାକ ଆଦି ନଛୁଇଁବାକୁ ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଫଳରେ ବିଶ୍ବବ୍ୟାପୀ ସାନିଟାଇଜରର ଚାହିଦା ବଢ଼ିଯାଇଛି। ଭାରତ ଭଳି ଏକ ବୃହତ୍ତ ଗଣତନ୍ତ୍ରରେ ବି ଏହାର ଚାହିଦା ବଢ଼ିବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଅଭାବ ଦେଖାଦେଇଛି।

ଏହି ଅସମୟର ଫାଇଦା ନେଇ ବେଙ୍ଗାଲୁରୁରେ ଦୁଇଟି ନକଲି ସାନିଟାଇଜର କାରଖାନା ଖୋଲିଥିଲା। ବିଶ୍ବସ୍ତ ସୁତ୍ରରୁ ଖବର ପାଇ କେନ୍ଦ୍ରୀୟ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଚଢ଼ାଉ କରି ୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି।

Comments are closed.