Odisha Link
Bridging the Missing Links in Odisha

ଦିଲ୍ଲୀରେ ୮.୫ ଲକ୍ଷ ଲୋକଙ୍କୁ ୫୦୦୦ ଟଙ୍କା ଭତ୍ତା, ୭୫ ଲକ୍ଷ ଲୋକଙ୍କୁ ମାଗଣା ରାସନ୍

ନୂଆଦିଲ୍ଲୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଥିବା ପ୍ରାୟ ୮.୫ ଲକ୍ଷ ହିତାଧିକାରୀଙ୍କୁ ୪୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଆସନ୍ତା ଏପ୍ରିଲ ୭ ତାରିଖ ସୁଦ୍ଧା ଏହି ଭତ୍ତା ପ୍ରଦାନ କରାଯିବ।

ସେହିପରି ଦିଲ୍ଲୀର ୭୨ ଲକ୍ଷ ହିତାଧିକାରୀଙ୍କୁ ମାଗଣା ରାସନ୍‌ ବଣ୍ଟନ କରାଯିବ। ସେମାନଙ୍କୁ ଯୋଗ୍ୟତା ଠାରୁ ୫୦ ପ୍ରତିଶତ ଅଧିକ ସାମଗ୍ରୀ ପ୍ରଦାନ କରାଯିବ।

ଗୃହହୀନ ଓ ଗରିବଙ୍କୁ ପ୍ରତିଦିନ ରାତ୍ରି-ଆଶ୍ରୟ ସ୍ଥଳରେ ମାଗଣା ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନ ବଣ୍ଟନ କରାଯିବ।

Comments are closed.