Odisha Link
Bridging the Missing Links in Odisha

‘ଜନତା କର୍ଫ୍ୟୁ’: କାଲି କରନ୍ତୁ ଏହି ୫ଟି କାର୍ଯ୍ୟ, ଯାହା କରିପାରିବ କରୋନାର ମୁକାବିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ମୁକାବିଲା ପାଇଁ ଦେଶବାସୀଙ୍କୁ ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଦେଶବାସୀ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ମୋଦି।

ଏପର୍ଯ୍ୟନ୍ତ କରୋନା ଭାଇରସର ମୁକାବିଲା କରିବା ପାଇଁ କୌଣସି ପ୍ରକାର ଔଷଧ ବାହାରି ନାହିଁ। ଫଳରେ ଏହି ଭାଇରସକୁ ରୋକିବା ପାଇଁ ଗୋଟିଏ ମାତ୍ର ଉପାୟ ଅଛି। ତାହା ହେଉଛି ଦୂରତା ଅବଲମ୍ବନ କରିବା। ଫଳରେ ଭାଇରସ୍‌ ସଂକମ୍ରିତ ହେବା ଆଶା କମ୍‌ ରହିଛି। ଏଥିସହିତ ଦେଶର ନାଗରିକ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍। ଏଭଳି ସମୟରେ ସମସ୍ତେ ଏହି ୫ଟି କାର୍ଯ୍ୟ କରିବା ଅନୁଚିତ୍।

୧: ଗୁଜବ ପ୍ରଚାର କରନ୍ତୁ ନାହିଁ
କରୋନା ଭାଇରସକୁ ନେଇ ସୋଶିଆଲ ମିଡିଆରେ ଭଳିକି ଭଳି ଗୁଜବ ପ୍ରଚାର କରାଯାଉଛି। ଜନତା କର୍ଫ୍ୟୁ ସମୟରେ ସରକାରୀ ସ୍ତରରେ ପ୍ରକାଶିତ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ। କରୋନା ସମ୍ବନ୍ଧିତ କୌଣସି ଗୁଜବ ମେସେଜ, ଭିଡିଓକୁ ଗୁରୁତ୍ବ ଦିଅନ୍ତୁ ନାହିଁ।

୨: ଅଧିକ ଜିନିଷ କ୍ରୟ କରନ୍ତୁ ନାହିଁ
ଜନତା କର୍ଫ୍ୟୁ ଶୁଣି ବହୁ ଲୋକ ଆବଶ୍ୟକତାଠୁ ଅଧିକ ନିତ୍ୟବ୍ୟବହାର ଜିନିଷ କଣୁଥିବାର ଦେଖିବାକୁ ମିଳିଛି। ହେଲେ ସରକାର ଘୋଷଣା କରିଛନ୍ତି ସବୁ ଜିନିଷ ଗଚ୍ଛିତ ଅଛି। ଯଦି ସରକାରଙ୍କ ଏଭଳି ଘୋଷଣା ସତ୍ତ୍ବେ ଲୋକମାନେ ଏଭଳି ଜିନିଷ କିଣିବା ଜାରି ରଖିବେ ତେବେ ବଜାରରେ ଜିନିଷର କମି ନଜର ଆସିବ। ଏଭଳି ମାନସିକତାରୁ ଦୁରେଇ ରହିବା ଉଚିତ୍।

୩: କାଲି ଘରୁ ବାହାରନ୍ତୁ ନାହିଁ
କାଲି ଆପଣମାନେ ଘରୁ ବାହାରକୁ ବାହରନ୍ତୁ ନାହିଁ। କାରଣ ଆପଣ ଯଦି ଘରୁ ବାହାରକୁ ବାହାରିବେ ତେବେ ଆପଣଙ୍କୁ ଦେଖି ଅନ୍ୟ ଲୋକମାନେ ମଧ୍ୟ ବାହାରକୁ ବାହାରିବେ। ଏହି ସମୟରେ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ଆଉ ଅନ୍ୟମାନଙ୍କୁ ସତର୍କ କରନ୍ତୁ।

୪: ନିଜେ ଡାକ୍ତର ହୁଅନ୍ତୁ ନାହିଁ
ଏଭଳି ସମୟରେ ନିଜେ ଡାକ୍ତର ହୁଅନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କର ଯଦି ଜ୍ବର, ଥଣ୍ଡା କିମ୍ବା ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏପର୍ଯ୍ୟନ୍ତ କୋରନା ଭାଇରସର ମୁକାବିଲା କରିବା ପାଇଁ ଔଷଧ ବାହାରି ନାହିଁ। ଏଭଳି ସମୟରେ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ।

୫: ଘରେ ପାର୍ଟି ଭଳି ପରିବେଶ କରନ୍ତୁ ନାହିଁ

Comments are closed.