Odisha Link
Bridging the Missing Links in Odisha

କରୋନା: କ୍ୱାରେଣ୍ଟାଇନ୍‌ରେ ରହିଲେ ଅଭିନେତା ପ୍ରଭାସ

ମୁମ୍ବାଇ : ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଅନେକ ସିନେମା ଗୁଡ଼ିର ଶୁଟିଂ ମଧ୍ୟ ବୀତିଲ କରାଯାଇଛି ।

ବଲିଉଡ କଳାକାରମାନେ ଏବେ ଘରେ । ସେମାନେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ସଚେତନ କରୁଛନ୍ତି । ଏପରି ସମୟରେ ବାହୁବଳିର ଅଭିନତା ପ୍ରଭାସଙ୍କୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ।

ପ୍ରଭାସ ତାଙ୍କର ଅପ୍‌ କମିଂ ସିନେମା ‘ପ୍ରଭାସ୨୦’ର ଶୁଟିଂ ପାଇଁ ଜର୍ଜିଆ ଯାଇଥିଲେ । ସେଠାରୁ ଫେରିବା ପରେ ସେଲ୍ଫ କ୍ବାରେଣ୍ଟାଇନରେ ଅଛନ୍ତି । ପ୍ରଭାସ ନିଜେ ଏହି ତଥ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

https://www.instagram.com/p/B9_pZMlnQtz/?utm_source=ig_embed&utm_campaign=loading

ବାହୁବଳି ପ୍ରଭାସ ପୋଷ୍ଟରେ ଲେଖିଛନ୍ତି ‘ବିଦେଶରେ ଶୁଟିଂ କରି ସୁରକ୍ଷିତ ଫେରିଛି । ତେବେ କରୋନା ଭାଇରସର ବିପଦକୁ ଦେଖି ମୁଁ ସେଲଲ୍ଫ କ୍‌:ରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛି । ଆଶା କରୁଛି, ଆପଣମାନେ ମଧ୍ୟ ଏହାଠାରୁ ବଞ୍ଚିବା ପାଇଁ ସୁରକ୍ଷିତ ଉପାୟ ଅବଲମ୍ବନ କରିଥିବେ ।’ ପ୍ରଭାସରଙ୍କର ଏହି ପୋଷ୍ଟ ଖୁବ୍ ଭାଇରାଲ ହୋଇଛି । ଏହି ପୋଷ୍ଟ ଉପରେ ଫ୍ୟାନ୍ସ ମାନେ ଖୁବ୍‌ ରିଆକ୍ସନ ରଖିଛନ୍ତି ।

ଏଠି କହି ରଖିବୁ, ଏହା ପୂର୍ବରୁ ପ୍ରଭାସ ତାଙ୍କର ଇନଷ୍ଚାଗ୍ରାମ୍ ଆକାଣ୍ଟଉରେ କରୋନା ଭାଇରସ ନେଇ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ ” ହଁ, ଏହା ଏକ କଠିନ ସ୍ବାସ୍ଥ୍ୟ ଏବଂ ସାର୍ବଜନୀନ ସୁରକ୍ଷ ପାଇଁ ଚ୍ୟାଲେଞ୍ଜ ।

ହେଲେ, ମନେ ରଖନ୍ତୁ, ଏହି ମହାମାରୀ କରୋନା ଭାଇରସ ଉପରେ ଜିତ୍‌ ହାସଲ କରିବା ପାଇଁ ପ୍ରତ୍ୟେକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । କିଛିଟା ସଚେତନ ରହିବା ଏବଂ ଗୁଜବଠାରୁ ଦୂରରେ ରହି ଆମେ ଏହି ମହାମାରୀ ଉପରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ କରିପାରିବା’

Comments are closed.