କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, କୋଲକାତାରେ ପ୍ରଥମ

କୋଲାକାତା: ପଶ୍ଚିମବଙ୍ଗରେ ପ୍ରଥମ କରୋନା ଭୂତାଣୁ ଜନିତ ମୃତ୍ୟୁ ସହ ଦେଶର ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗତକାଲି ଯାଏଁ ଏହି ସଂଖ୍ୟା ୭ ଥିଲା। ଦେଶରେ ଆଜି ସଂଧ୍ୟା ସୁଦ୍ଧା ମୋଟ ୪୬୭ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
କୋଲାକାତାର ଏକ ଡାକ୍ତରଖାନାରେ ଆଜି ସଂଧ୍ୟାରେ ମୃତ ୫୫ ବର୍ଷିୟ କରୋନା ଆକ୍ରାନ୍ତ ଜଣକ ନିଜ ପରିବାର ସହ ନିକଟରେ ଇତାଲିରୁ ଫେରିଥିଲେ। ତାଙ୍କୁ ମିଶାଇ ମୋଟ ପଶ୍ଚିମବଙ୍ଗରେ ମୋଟ ୭ ଜଣ ଏଯାଏଁ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି।