Odisha Link
Bridging the Missing Links in Odisha

ପାକିସ୍ତାନ: କରୋନା ରୋଗୀ ସହ ସେଲ୍‌ଫି ପଡ଼ିଲା ମହଙ୍ଗା

କରାଚୀ: ସାରା ବିଶ୍ବକୁ କରୋନା ଭୂତାଣୁ ଏବେ ଭୀତତ୍ରସ୍ଥ କରି ରଖିଥିବା ବେଳେ ପାକିସ୍ତାନ ମଧ୍ୟ ଏହା ଦ୍ବାରା ବେଶ୍‌ ପ୍ରଭାବିତ ହୋଇଛି। ଆଜି ସୁଦ୍ଧା ଦେଶରେ ୮୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ଦେଶର ଏଭଳି ଦୁସ୍ଥିତି ସମୟରେ କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ସହ ସେଲ୍‌ଫି ଉଠାଇବା ୬ ଜଣ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କରୋନା ଦ୍ବାରା ସିନ୍ଧି ପ୍ରଦେଶ ସବୁଠୁ ବେଶି ପ୍ରଭାବିତ ହୋଇଥିବା ବେଳେ ଏ ଘଟଣା ସେହି ରାଜ୍ୟର ଖାଇରପୁର ଜିଲ୍ଲାରେ ଘଟିଛି। ସେଲ‌‌ଫି ଉଠାଇଥିବା ବ୍ୟକ୍ତିମାନେ ଏହି ଜିଲ୍ଲାର ବିଭିନ୍ନ ତାପର ତାପେଦାର (ରାଜସ୍ବ ଅଧିକାରୀ) ବୋଲି ଜଣାପଡ଼ିଛି। ରୋଗୀ ଜଣକ ଜଣେ ତାପେଦାର ଓ ଏହି ୬ ଜଣଙ୍କର ସହକର୍ମୀ। ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଉପ ଜିଲ୍ଲାପାଳ ୬ ଜଣ ତାପେଦାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ସାରା ସିନ୍ଧି ରାଜ୍ୟରେ ସରକାର ଦୁଇ ସପ୍ତାହର ଲକ୍‌ଡାଉନ୍‌ ଘୋଷଣା କରିଥିବା ସମୟରେ ଏଭଳି ଘଟଣା ସାମନାକୁ ଆସିଛି।

Comments are closed.