Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂହ ଚୌହାନ

ଭୋପାଲ: କ୍ଷମତା ପାଇଁ ମଧ୍ୟପ୍ରଦେଶରେ ୧ମାସ ଧରି ଚାଲିଥିଲା ମହାନାଟକ। ଆଜି ଏହି ମହାନାଟକରେ ଜବନୀକା ପଡ଼ିଲା। ଆଜି ମଧ୍ୟପ୍ରଦେଶ ମୁୁଖ୍ୟମନ୍ତ୍ରୀ ଭାବେ ବିଜେପିର ଶିବରାଜ ସିଂହ ଚୌହାନ ଶପଥ ନେଇଛନ୍ତି। ଶପଥ କାର୍ଯ୍ୟକ୍ରମ ରାଜଭବନରେ ଅନୁଷ୍ଠିତ ହୋଇଥିଲା। ଶିବରାଜ ସିଂହ ଚୌହାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଲାଲାଜୀ ଟଣ୍ଡନ। ବିଜେପିର ପୂର୍ବ ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚତୁର୍ଥ ଥର ପାଇଁ ଏହି ପଦରେ ଶପଥ ନେଇଛନ୍ତି।

ଆଜି ସନ୍ଧ୍ୟାରେ ହୋଇଥିବା ବିଜେପି ବିଧାନସଭା ଦଳ ବୈଠକରେ ଶିବରାଜ ସିଂହ ଚୌହାନ ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି।

Comments are closed.