Odisha Link
Bridging the Missing Links in Odisha

ଲକ ଡାଉନ: ନିୟମ ନମାନିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ଏହାକୁ ଦେଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ମାନେ ଘୋଷଣା କରିଛନ୍ତି ଲକଡାଉନ। ରାଜ୍ୟ ସରକାର ଜାରି କରିଥିବା ଲକ ଡାଉନ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ହେଲେ କିଛି ଲୋକ ଲକ ଡାଉନ ବେଳେ ମନଇଚ୍ଛା ଏଣେତେଣେ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବେଙ୍ଗଲ ସରକାର ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ବେଙ୍ଗଲରେ ଲକ ଡାଉନ ନିୟମ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ୩୧ ତାରିଖ ଯାଏ ଏହା ବଳବତ୍ତର ରହିବ। ଯଦି ଏହି ସମୟସୀମା ମଧ୍ୟରେ କେହି ନିୟମ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କୁ ଏକ ହଜାର ଟଙ୍କା ଜୋରିମାନା ଓ ଦରକାର ପଡ଼ିଲେ ୬ ମାସ ପାଇଁ ଜେଲ ହାଜତକୁ ମଧ୍ୟ ପଠାଇ ଦିଆଯିବ।

Comments are closed.