Odisha Link
Bridging the Missing Links in Odisha

କରୋନା ରିଲିଫ୍‌ ପାଇଁ ୩ ମାସର ଦରମା ଦେବେ BJD ସାଂସଦ ଓ ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ବିଜୁ ଜନତା ଦଳର ବିଧାୟକ ଓ ସାଂସଦମାନେ ଗୋଟିଏ ୩ ମାସର ଦରମା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ (କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିବେ। ଓଡ଼ିଶାରେ କରୋନା ଭୂତାଣୁ ବିରୋଧରେ ଲଢ଼େଇରେ ବ୍ୟାପକ ଅର୍ଥର ଆବଶ୍ୟକତାକୁ ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନିଜର ତିନି ମାସର ଦରମା ରିଲିଫ୍‌ ଫଣ୍ଡ୍‌କୁ ଦାନ କରିଛନ୍ତି।

ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଦଳର ସମସ୍ତ ସାଂସଦ ଓ ବିଧାୟକ ଆସନ୍ତ ମାର୍ଚ୍ଚ ୨୯ ତାରିଖ ଭିତରେ ନିଜର ତିନିମାସର ଦରମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

ଓଡ଼ିଶାର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆଗେଇ ନେବାଲାଗି ଶ୍ରୀ ଦାସବର୍ମା ଦଳ ସହଯୋଗୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.