Odisha Link
Bridging the Missing Links in Odisha

ଆପଣ କରୋନା ସନ୍ଦିଗ୍ଧ କି ନାହିଁ ଘରେ ବସି ଜାଣନ୍ତୁ: Apolloର ଆତ୍ମ-ବିଶ୍ଳେଷଣ ସ୍କାନର

ଓଏଲ୍‌ ବ୍ୟୁରୋ: ଆପଣଙ୍କୁ ଦୁର୍ବଳ ଲାଗୁଛି କି? ଆପଣଙ୍କର କାଶ ହେଉଛଇ କି? ଶରୀରର ତାପମାତ୍ରା ଅଧିକ ଅଛିକି? ନିଦୁଆ ନିଦୁଆ ଲାଗୁଛି କି ଅଥବା ଦୁର୍ବଳ ଅନୁଭବ କରୁଛନ୍ତି କି? କରୋନା ଭୂତାଣୁ ନେଇ ଆପଣଙ୍କ ମନରେ ଭୟ ସୃଷ୍ଟି ହେଉଛି କି? କାଳେ ଆପଣ ସଂକ୍ରମିତ ହୋଇଥିବେ ଏଭଳି ଆଶଙ୍କା ମନ ଭିତରେ ବସା ବାନ୍ଧୁଛି କି? ତେବେ ଘରେ ବସି ଚିନ୍ତାମୁକ୍ତ ହୁଅନ୍ତୁ।

ସାରା ବିଶ୍ବକୁ କରୋନା ଭୂତାଣୁ ଡରାଇ ଦେଇଥିବା ବେଳେ ଆପୋଲା ହସ୍ପିଟାଲ ପକ୍ଷରୁ ଏକ ଅନ୍‌ଲାଇନ୍‌ ଆତ୍ମ-ବିଶ୍ଳେଷଣ ସ୍କାନର୍‌ ଜାରି କରାଯାଇଛି। ଘରେ ବସି ଆପଣ ନିଜର ସ୍ବାସ୍ଥ୍ୟ ବାଦର ତଥ୍ୟ ଦେଇ ଆପଣଙ୍କ ଶରୀର କରୋନା ଠାରୁ କେତେ ଦୂରରେ ଆପଣ ଜାଣିପାରିବେ। କରୋନା ସଂକ୍ରମଣର ଆଶଙ୍କା ଆପଣଙ୍କ ଶରୀରରେ ଅଧିକ, ମଧ୍ୟମ ନା କମ ତାହା ଜଣାଇଦେବ ଏହି ଅନ୍‌ଲାଇନ୍‌ ସ୍କାନର। ଯଦି ଆଶଙ୍କା ମଧ୍ୟମ ଅଥବା ଅଧିକ ଥାଏ ଆପଣ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇପାରିବେ।

ତଳ ଲିଙ୍କରେ କ୍ଲିକ୍‌ କରି ଆପଣ ଅଳ୍ପ କେତୋଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଓ ଆପଣ କରୋନାଭୂତାଣୁ ଭୟରୁ ଦୂରେଇ ରହନ୍ତୁ।

CORONAVIRUS RISK SCAN

Comments are closed.