କରୋନା ଲଢ଼େଇ: ୩ ମାସର ଦରମା ଦାନକଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସାରା ବିଶ୍ବ ଏବେ କରୋନା ଭୂତାଣୁ ଦ୍ବାରା ଆକ୍ତାମାକ୍ତା ହୋଇ ପଡ଼ିଥିବା ବେଳେ ଭାରତ ବି ବାଦ ଯାଇନି। ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଓଡ଼ିଶାର ସ୍ଥିତି ଏଯାଏଁ ନିୟମନ୍ତ୍ରଣାଧୀନ ରହିଛି। ତେବେ ସାମାନ୍ୟ ସଚେତନତା ଅଭାବରୁ ଯେକୌଣସି ସମୟରେ ଏହି ମହାମାରୀ ଓଡ଼ିଶାବାସୀଙ୍କୁ ଗ୍ରାସ କରିବାର ସମ୍ଭାବନା ରହିଛି।
ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେଦ ନିଆଯାଉଥିବା ବେଳେ ଏଥିପାଇଁ ରାଜ୍ୟ ରାଜକୋଷରୁ ବେଶ୍ ଅର୍ଥ ବ୍ୟୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (କୋଭିଡ୍ ୧୯ ଫଣ୍ଡ୍)କୁ ଦାନ କରିଛନ୍ତି।
ଏ ଅବସରରେ ସ୍ବଚ୍ଛଳ ବ୍ୟକ୍ତି ଓ ଅନୁଷ୍ଠାନମାନେ ରାଜ୍ୟବାସୀଙ୍କ ସେବା ଲାଗି କୋଭିଡ୍ ୧୯ ଫଣ୍ଡକୁ ଦାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
Comments are closed.