Odisha Link
Bridging the Missing Links in Odisha

କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ‘କରୋନା’ରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବର ଜଣେ ପ୍ରଖର ଜଳବାୟୁ କର୍ମୀ ଭାବେ ବେଶ ଜଣାଶୁଣା ସ୍ବିଡେନର କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ। ସେ ‘କରୋନା’ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ଏନେଇ ନିଜ ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ୟୁରୋପ ଗସ୍ତ କରିଥିବାବେଳେ ସେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କହିଛନ୍ତି।

https://www.instagram.com/p/B-HwpQkJqrc/

ଗ୍ରେଟା ଲେଖିଛନ୍ତି, ପ୍ରାୟ ୧୦ ଦିନ ତଳେ ମୋ ଶରୀରରେ କରୋନା ସଂକ୍ରମଣ ଜନିତ ଲକ୍ଷଣ ଦେଖିବାକୁ ମିଳିଥିଲା। ମୁଁ କ୍ଳାନ୍ତ ଅନୁଭବ କରୁଥିଲି। ମୋତେ ଜ୍ଵର ହେବା ସହିତ ଦେହହାତ ଥରୁଥିଲା। ଗଳାରେ ଯନ୍ତ୍ରଣା ହେବା ସହିତ କାଶ ହେଉଥିଲା। ସେଣ୍ଟ୍ରାଲ ୟୁରୋପରୁ ଫେରିବା ପରେ ମୋ’ଠାରେ ଏସବୁ ଲକ୍ଷଣ ଦେଖାଯାଇଥିଲା। ଏହା ପରେ ସେ ଏବଂ ତାଙ୍କ ବାପା ନିଜକୁ ଆଇସୋଲେଟ୍‌ କରିଥିଲେ। କିନ୍ତୁ ସେ ନିଜର କୌଣସି ପରୀକ୍ଷା କରାଇନାହାନ୍ତି। ଆଇସୋଲେଶନ ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି। ସୂଚନାଯୋଗ୍ୟ, ସ୍ବିଡେନରେ ବର୍ତ୍ତମାନ ସୁଦ୍ଧା ୨୨୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.