Odisha Link
Bridging the Missing Links in Odisha

ଲକ ଡାଉନ: ନିୟମ ମାନିଲେନି, ପୋଲିସ୍‌ ଦେଲା ଏମିତି ଦଣ୍ଡ

ବାଲିଗୁଡ଼ା: କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ ଅବମାନନା କରିବାକୁ ଦେଖିବାକୁ ମିଳିଛି। ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲକ ଡାଉନ ନିୟମକୁ ନମାନି ପୋଲିସ୍‌ ହାବୁଡ଼ରେ ପଡ଼ିଥିଲେ କିଛି ଯୁବକ। ପରେ ସମୋନଙ୍କୁ ପ୍ଲାକାର୍ଡ ଧରାଇ ରାସ୍ତାରା ଛିଡ଼ା କରାଇ ଦେଇଥିଲା ବାଲିଗୁଡ଼ା ପୋଲିସ୍। ‘ମୁଁ ଗୋଟିଏ ସ୍ୱାର୍ଥପର। ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲିପାରେ। ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ।’ ଏଭଳି କିଛି ପ୍ଲାକାର୍ଡରେ ଲେଖାଥିଲା।

କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଆଜି ସକାଳେ ଏଠାରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ନିୟମର ଉଲ୍ଲଂଘନ କରିଥିଲେ। ଏଣୁ ଏହି ନିୟମ ଖିଲାପକାରୀଙ୍କ ପାଇଁ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବାଲିଗୁଡ଼ା ପୁଲିସ୍। ହାତରେ ପ୍ଲାକାଡ୍‌ ଧରାଇ ସେମାନଙ୍କୁ ଏଭଳି ଛିଡ଼ା କରାଯାଇଥିଲା। ଏହାସହ ସେମାନଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବାକୁ ଚେତାବନୀ ଦେଇଥିଲା। ଏଭଳି କରିବା ଦ୍ୱାରା ଲୋକେ ଲଜ୍ଜିତ ହେବେ ଓ ଆଉ ଘରୁ ବାହିବେ ନାହିଁ । ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏପରି କରାଯାଇଥିବା ବାଲିଗୁଡ଼ା ପୁଲିସ୍ ପକ୍ଷରୁ କୁହାଯାଇଛି।

Comments are closed.