Odisha Link
Bridging the Missing Links in Odisha

ବିପଦ ବେଳେ ରାଜନୀତି

ଭୁବନେଶ୍ବର: ସାରା ଦେଶ କରୋନାର ସମ୍ଭାବ୍ୟ ସଂକ୍ରମଣ ନେଇ ଭୟଭୀତ ଥିବା ବେଳେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ଥରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଟଣାଓଟରା ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ନେତା।

କରୋନା ମୁକାବିଲା ପାଇଁ ରାଜ୍ୟରେ ତୁରନ୍ତ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଏପିଏଲ୍-ବିପିଏଲ୍‌ ମାନଦଣ୍ଡ ଉଚ୍ଛେଦ କଲେ ଆୟୁଷ୍ମାନ ଭାର ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ ବୋଲି ଆଜି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଗତକାଲି ଧର୍ମେନ୍ଦ୍ର କହିଥିଲେ,

ଆଜିର ଏହି ସଙ୍କଟ ଘଡିରେ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହିତ ଛିଡ଼ାହେବାର ସମୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ମୋର ଆନ୍ତରିକ ନିବେଦନ ଯେତେ ଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ରାଜ୍ୟର ସାଧାରଣ ଗରୀବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ। ରାଜ୍ୟବାସୀ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର।

ଆଜି ଧର୍ମେନ୍ଦ୍ରଙ୍କ ଅନୁରୋଧର ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ଏ ନେଇ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଆଜି ନବକିଶୋର କହିଛନ୍ତି,

ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଓଡ଼ିଶାରେ ପ୍ରତ୍ୟେକ ରୋଗୀଙ୍କୁ ଡାକ୍ତରଖାନାରେ ମାଗଣା ପରୀକ୍ଷାନିରୀକ୍ଷା, ଚିକତ୍ସା ଓ ମାଗଣା ଔଷଧ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ଏଥିରେ ବିପିଏଲ୍-ଏପିଏଲ୍‌ ବାଛବିଚାର ରଖୁନାହାନ୍ତି। କରୋନା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ସମସ୍ତ ପରୀକ୍ଷା ଓ ଚିକିତ୍ସା ମାଗଣାରେ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ‌କ ବିବୃତ୍ତି ଉପରେ ମୋର ପ୍ରସ୍ତାବ ହେଲା, ଯଦି କେନ୍ଦ୍ର ସରକାର ଏପିଏଲ୍-ବିପିଏଲ୍‌ ମାନଦଣ୍ଡକୁ ଉଚ୍ଛେଦ କରିଦେବେ ତେବେ ଆମେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବୁ।

Comments are closed.