G20 ବୈଠକରେ ମୋଦି, WHOରେ ସୁଧାର ପାଇଁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଛି ଜି-୨୦ (G20) ଦେଶ ସମୁହର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଭାରତ ଯୋଗଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ କିଛି ପ୍ରସ୍ତାବ ରଖିଛନ୍ତି।
ନୂଆ ଆହ୍ବାନକୁ ସାମନା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ରେ ସୁଧାର ଆଣିବା ସହ ଏହାକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ମୋଦି ଅନ୍ୟ ଜି-୨୦ ଦେଶ ସମୁହକୁ କହିଛନ୍ତି। ହୁ’ର କାର୍ଯ୍ୟଶୈଳୀକୁ ନେଇ ସନ୍ଦେହ ଉପୁଜିଥିବା ବେଳେ କରୋନା ଭଳି ମହାମାରୀକୁ ସାମନା କରିବାକୁ ବର୍ତ୍ତମାନର ହୁ ଅସମର୍ଥ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଗୁଆ ସତର୍କତା, ପ୍ରଭାବୀ ପ୍ରତିଷେଧକ ପ୍ରସ୍ତୁତି ଓ ସମର୍ଥ ଶକ୍ତି ଯୁଟାଇବା ଲାଗି ହୁ’ରେ ସୁଧାର ଆବଶ୍ୟକ ବୋଲି ମୋଦି ମତ ରଖିଛନ୍ତି।
ଚୀନ ଓ ଆମେରିକା ମଧ୍ୟରେ ଭୋଭିଡ୍-୧୯ର ଆରମ୍ଭକୁ ନେି ବିବାଦ ଲାଗି ରହିଥିଲେ ବି ଜି-୨୦ରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ଅତ୍ୟନ୍ତ ସୁରୁଖୁରୁରେ ବୈଠକ ସମାପ୍ତ ହୋଇଛି।