Odisha Link
Bridging the Missing Links in Odisha

କେନ୍ଦ୍ରର କରୋନା ମୁକାବିଲା: ଓଡ଼ିଶା ଦାୟିତ୍ବରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ସାରା ଦେଶରେ କରୋନା ସଂକ୍ରମଣ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବେ କରୋନା ନିୟନ୍ତ୍ରଣ, ସଚେତନତା ଓ ଚିକିତ୍ସା ସୁବିଧା ଯୋଗାଉଥିବା ବେଳେ ପରିସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କୁ ଗୋଟିଏ ଗୋଟିଏ ରାଜ୍ୟର ଦାୟିତ୍ବ ବଣ୍ଟନ କରାଯାଇଛି।

ଓଡ଼ିଶାର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଇସ୍ପାତ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି। ଶ୍ରୀ ପ୍ରଧାନ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ ଓ ରାଜ୍ୟର କରୋନା ସ୍ଥିତି ବାବଦରେ ପ୍ରତ୍ୟହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିବେ।

Comments are closed.