Odisha Link
Bridging the Missing Links in Odisha

କରୋନା: ଭାରତରେ ୭୨୭ ଆକ୍ରାନ୍ତ, ୨୦ ମୃତ

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ୍‌ ସତ୍ତ୍ବେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୭୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।

ଓଡ଼ିଶାରେ ଗତକାଲି ରାତିରେ ଜଣେ ନୂଆ ବ୍ୟକ୍ତିଙ୍କ ଦେହରେ ସଂକ୍ରମଣ ଠାବ କରାଯାଇଛି। ତାଙ୍କ ବୟସ ୬୦ ବର୍ଷ, ଘର ଭୁବନେଶ୍ବରରେ। ସେ ମାର୍ଚ୍ଚ ୧୦ ତାରିଖରେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ। ୧୧ ଦିନ ପରେ ତାଙ୍କ ଦେହରେ ଥଣ୍ଡା ଲକ୍ଷଣ ଦେଖାଦେବାରୁ ସେ କର କ୍ଲିନିକ୍‌ରେ ପରାମର୍ଶ ନେଇ ଔଷଧ ଖାଇଥିଲେ। ଜ୍ବର ନକମିବାରୁ ୧୪ ଦିନପରେ ପୁଣି କର କ୍ଲିନିକ୍‌ରେ ଆଡମିଶନ୍‌ ନେଇଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ୧୭ ଦିନରେ (ଗତକାଲି) ତାଙ୍କୁ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା।

ଏହା ଭିତରେ ବିମାନ ସହଯାତ୍ରୀ, ଡାକ୍ତର, ନର୍ସ, ପରିବାର ସଦସ୍ୟ ଓ ପାଖପଡ଼ୋଶୀଙ୍କ ସମେତ ୨୦୦ରୁ ଅଧିକ ବ୍ୟକ୍ତିଙ୍କ ସହ ସେ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି। ସେହି ୨୦୦ ବ୍ୟକ୍ତି ଆଉ କେତେକଙ୍କ ସଂସ୍ପର୍ଶରେ ଆସିଥିବେ ଓ କରୋନା ଭୂତାଣୁ ଆଉ କେତେ ଜଣଙ୍କୁ ସଂକ୍ରମଣ କରିଥାଇପାରେ, ଏ ନେଇ ଭୟ ସୃଷ୍ଟି ହୋଇଛି।

Comments are closed.