Odisha Link
Bridging the Missing Links in Odisha

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଓଏଲ୍‌ ବ୍ୟୁରୋ: ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାର କିଛି ସମୟ ପରେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ମଧ୍ୟ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ଜଣାଇବା ସହ ଏବେ ସେ ଘରୁ କାମ କରିବେ ବୋଲି ଜଣାଇଛନ୍ତି।

ସେ ଟୁଇଟ କରି ଲେଖିଛନ୍ତି କି, “ଡାକ୍ତରୀ ପରାମର୍ଶ ଅନୁସରଣ କରି ମୋତେ #କରୋନାଭାଇରସ୍ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା। ପରୀକ୍ଷା ପରେ ଏବେ ମୋ ରିପୋର୍ଟ ପଜିଟିଭ୍ ଆସିଛି। ଖୁସିର କଥା ମୋର ଲକ୍ଷଣ ସାମାନ୍ୟ ଥିବା ସହ ମୁଁ ଘରୁ କାମ କରୁଛି ଏବଂ ସଙ୍ଗରୋଧରେ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଟ୍ୱିଟ୍ କରିଛନ୍ତି।

Comments are closed.