କରୋନା ମୁକାବିଲା: ୧୦ ଜଣ ଭଡ଼ାଟିଆଙ୍କ ଭଡ଼ା ଛାଡ଼ କଲେ ଭୁବନେଶ୍ବରର ଜିତୁ ଜେନା

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ସମୟରେ ପେଟ ପାଇଁ ସଂଘର୍ଷ ଏବେ ପ୍ରତିଦିନ ପ୍ରତି ଘରେ ଚାଲିଛି। ଏହାକୁ ନଜରରେ ରଖି ଭୁବନେଶ୍ବର ବାସିନ୍ଦା ଜିତୁ ଜେନା ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀ ଜେନାଙ୍କ ଘରେ ଭଡ଼ା ରହୁଥିବା ୧୦ ଜଣ ଅନ୍ତେବାସୀଙ୍କୁ ୧ ମାସର ଘରଭଡ଼ା ଛାଡ଼ କରିଛନ୍ତି।
ଶ୍ରୀ ଜେନା କହିଛନ୍ତି ଯେ, ଏଭଳି ସମୟରେ ସମସ୍ତେ ସାହାଯ୍ୟର ହାତ ବଢ଼ାନ୍ତୁ। ଆଉ ମହାମାରୀ କରୋନାର ମୁକାବିଲା କରନ୍ତୁ। ଶ୍ରୀଜେନାଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟବାସୀ ବେଶ୍ ପ୍ରଶଂସା କରିଛନ୍ତି।
Comments are closed.