Odisha Link
Bridging the Missing Links in Odisha

କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ ରାନୀ ପଣ୍ଡା, ଦେଲେ ୫୦ ହଜାର ଟଙ୍କା

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ଘଡ଼ିସନ୍ଧୀ ସମୟରେ ଯଲିଉଡ୍‌ରେ ବିବାଦୀୟ ହୋଇପଡ଼ିଥିବା ଆଇଟମ୍‌ ଡ୍ୟାନ୍ସର ତଥା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ରାନୀ ସୋଶାଲ ମିଡ଼ିଆରେ ଭିଡିଓ ଶେଆର କରି କହିଛନ୍ତି।

ଭିଡିଓରେ ରାନୀ କହୁଛନ୍ତି, ମୁଁ ଆପଣଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ଏପରି ଘଡିସନ୍ଧି ମୁହୂର୍ତ୍ତରେ ମୁଁ ‘କରୋନା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱ ଇଚ୍ଛାରେ ୫୦,୦୦୦ ଟଙ୍କା ଦାନ କରିଛି। ଏ ଟଙ୍କା ମୋ’ ଓଡ଼ିଶାର ଅଗଣିତ ଜନତାଙ୍କ ପାଇଁ ଓ ମୋ ଦର୍ଶକବନ୍ଧୁଙ୍କ ପାଇଁ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତି। ସରକାରଙ୍କ ନିୟମ ମାନି ଚଳନ୍ତୁ। ପୁଲିସ ସହ ଝଗଡା ନକରି ତାଙ୍କୁ ସହଯୋଗ କରନ୍ତୁ। ମୁଁ ଆଶା କରୁଛି, ଆମେ ନିୟମ ମାନି ଚାଲିିଲେ ‘କରୋନା’ ଦାଉରୁ ରକ୍ଷା ପାଇପାରିବା।”

Comments are closed.