କରୋନା ରୋଗୀଙ୍କ ସେବା ପାଇଁ କଟକ-ଭୁବନେଶ୍ବରରେ ପ୍ରସ୍ତୁତ ଦୁଇ ଡାକ୍ତରଖାନା

ଭୁବନେଶ୍ବର: ମାତ୍ର ଏକ ସପ୍ତାହ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହୋଇଛି ରାଜ୍ୟର ଦୁଇଟି ପ୍ରମୁଖ କୋଭିଡ୍-୧୯ ଚିକିତ୍ସାଳୟ। ଭୁବନେଶ୍ବରର କିମ୍ସ ହସ୍ପିଟାଳ ପରିସରରେ ୫୦୦ ଶଯ୍ୟାବିଶିଷ୍ଟ କରୋନା ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ୧୫୦ ଶଯ୍ୟା ବିଶିଷ୍ଟ ଆରେକ କଟକ ଅଶ୍ବିନୀ ହସ୍ପିଟାଲ ପରିସରରେ ପ୍ରସ୍ତୁତ ହୋଇଛି।
ଉଭୟ ହସ୍ପିଟାଲର ଡାକ୍ତର ଓ ଅର୍ଦ୍ଧ-ଡାକ୍ତରୀ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାିବା ସହ ମାତ୍ର ସପ୍ତାହ ଭିତରେ ଡାକ୍ରଖାନା ପ୍ରସ୍ତୁତ କରିଥିବାରୁ ଉଭୟ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ବିନା ଖର୍ଚ୍ଚରେ କରାଯିବ। ହସ୍ପିଟାଲ ଭିତ୍ତିଭୂମି ପ୍ରସ୍ତୁତ ନିମନ୍ତେ ସମସ୍ତ ଖର୍ଚ୍ଚ ଓଡ଼ିଶା ମାଇନିଂ କର୍ପୋରେସନ୍ ବହନ କରିଛନ୍ତି।