Odisha Link
Bridging the Missing Links in Odisha

କରୋନା: ଭାରତରେ ୧୯୦୦ ଆକ୍ରାନ୍ତ, ୬୭ ମୃତ

ନୂଆଦିଲ୍ଲୀ: ଭାରତରେ ଆଜି ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୦ ଅତିକ୍ରମ କରିଥିବା ବେଳେ ୬୭ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। କେବଳ ମହାରାଷ୍ଟ୍ରରେ ୩୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣଙ୍କର ପ୍ରାଣହାନି ଘଟିଲାଣି।

ବିଶ୍ବରେ ଆଜି ସୁଦ୍ଧା ୯ ଲକ୍ଷ ୩୬ ହଜାର ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୪୭ ହଜାରୁ ଅଧିକ ବ୍ୟକ୍ତି ଏହି କାରଣରୁ ମୃତ୍ୟୁବରଣ କଲେଣି। ଆମେରିକାରେ ସର୍ବାଧିକ ୨ ଲକ୍ଷ ୧୫ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୫,୧୧୦ ଜଣ ଏବେ ସୁଦ୍ଧା ମୃତ୍ୟୁବରଣ କଲେଣି। ଇଟାଲିରେ ୧ ଲକ୍ଷ ୧୦ ହଜାର ୫୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩,୧୫୫ ଜରଭ୍କର ପ୍ରାଣହାନି ଘଟିଲାଣି। ଅନୁରୂପ ଭାବେ ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୧୧୮ ଓ ମୃତକଙ୍କ ସଂଖ୍ୟା ୯,୩୮୭ ରହିଛି।

Comments are closed.