Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦେଲା ଡିଏନ୍‌ ହୋମ୍‌ସ

ଭୁବନେଶ୍ବର: ରାଜ୍ୟର କରୋନା ଯୁଦ୍ଧରେ ସାମିଲ ହୋଇଛି ପୂର୍ବ ଭାରତର ଅଗ୍ରଣୀ ରିଅଲ୍‌ ଇଷ୍ଟେଟ୍‌ ଡେଭେଳପର୍‌ ଡିଏନ୍‌ ହୋମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌। ଡିଏନ୍‌ ହୋମ୍‌ସ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରାଯାଇଛି। କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ପ୍ରସାଦ ନାୟକ ମଙ୍ଗଳବାର ଦିନ ୧୦ ଲକ୍ଷ ଟଙ୍କାର ଏକ ଚେକ୍‌ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ଏହା ଭିନ୍ନ ଦାଶରଥୀ ନାୟକ ଫାଉଣ୍ଡେସନ୍‌ ଅଫ୍‌ ଏକ୍ସଲେନ୍ସ ଦ୍ବାରା ପରିଚାଳିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ ପକ୍ଷରୁ ମଧ୍ୟ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଲକ୍‌ଡାୁନ୍‌ କାରଣରୁ ଭୁବନେଶ୍ବରରେ ତିନୋଟି ପ୍ରକଳ୍ପରେ ଅଟକି ରହିଥିବା ୪୦୦ରୁ ଅଧିକ ଶ୍ରମିକଙ୍କୁ ଦୈନିକ ଖାଦ୍ୟ, ବାସଗୃହ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ପ୍ରଦାନ କରୁଛି ଡିଏନ୍‌ ହୋମ୍‌ସ।

Comments are closed.