Odisha Link
Bridging the Missing Links in Odisha

କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି। ଶାମଲି ଜିଲ୍ଲାର ଏକ ଆଇସୋଲେସନ୍‌ ଓ୍ବାର୍ଡରେ ଏହି ବ୍ୟକ୍ତି ରହୁଥିଲେ। ଆଇସୋଲେସନ୍‌ ଓ୍ବାର୍ଡଟି ଏକ ନିର୍ମାଣାଧୀନ କୋଠାରେ ଥିବା ବେଳେ କୋଠା ଉପରୁ ତଳକୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅଅନୁସାରେ ମୃତକଙ୍କ ନାମ କରମବୀର ସିଂହ। ସେ ଦିଲ୍ଲୀରେ ପରିବା ବ୍ୟବସାୟ କରୁଥିଲେ। ଦୁଇଦିନ ତଳେ ସେ ଦିଲ୍ଲୀରୁ ଗାଁକୁ ଫେରିଥିଲେ। ତାଙ୍କର ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ଅନୁଭବ ହେବାରୁ ସ୍ଥାନୀୟ ପ୍ରଶାସନ କରମବୀରଙ୍କୁ ଆଇସୋଲେସନ୍‌ ଓ୍ବାର୍ହକୁ ନେଇଥିଲେ।

କରମବୀରଙ୍କର ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷଣ ପାଇଁ ମିରଟ୍‌ ମେଡିକାଲ କଲେଜ୍‌ ପଠାଯାଇଥିଲା। ପରୀକ୍ଷା ରିପୋର୍ଟ ଏଯାଏଁ ଆସି ନଥିବା ବେଳେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। କରମବୀର ବ୍ୟବସାୟକରେ ବହୁତ କ୍ଷତି ସହିଥିବାରୁ ମାନସିକ ଚାପରେ ଥିଲେ ବୋଲି ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି।

Comments are closed.