Odisha Link
Bridging the Missing Links in Odisha

ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା କରୋନା ଚିକିତ୍ସା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତରେ ସାମିଲ ହେଲା କରୋନା ଚିକିତ୍ସା। ଏଣିକି ଏହି ଯୋଜନାର ହିତାଧୀକାରୀଙ୍କୁ ମାଗଣା କରୋନା ଭୂତାଣୁ ପରୀକ୍ଷଣ ଓ ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତ ଯୋଜନାରେ ପ୍ୟାନେଲଭୁକ୍ତ ସମସ୍ତ ଘରୋଇ ଚିକିତ୍ସାଳୟ ଓ ପରୀକ୍ଷଣ କେନ୍ଦ୍ରରେ ଜନତାଙ୍କୁ ମାଗଣା କରୋନା ଚିକିତ୍ସା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିଲେ ହେଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ରାଜ୍ୟବାସୀଙ୍କ ପାଇଁ ସମସ୍ତ ସରକାରୀ ଜିକିତ୍ସାଳୟରେ ସମସ୍ତ ପ୍ରକାର ଚିକିତ୍ସା ଓ ପରୀକ୍ଷଣ ମାଗଣା କରାଯାଉଛି। କରୋନା ଚିକିତ୍ସା ମଧ୍ୟ ମାଗଣା ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ରାଜ୍ୟରେ କରୋନା ଚିକିତ୍ସା ପାଇଁ ସରକାର ୪ ଗୋଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିଥିବା ବେଳେ ଏ ସଂଖ୍ୟା ଅଧିକ ହେବ ବୋଲି ସୂଚନା ରହିଛି।

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ କେନ୍ଦ୍ର ରାଜ୍ୟକୁ ବାରମ୍ବାର ଅନୁରୋଧ କରି ଆସୁଥିଲେ ବି ଏପିଏଲ୍-ବିପିଏଲ୍‌ ପ୍ରାଚୀନ ନ ହଟାିବା ପର୍ଯ୍ୟନ୍ତ ଓଡ଼ିଶା ଏହି ଯୋଜନାକୁ ଗ୍ରହଣ କରିବ ନାହିଁ ବୋଲି ରାଜ୍ୟ ସରକାର ରୋକଠୋକ ଶୁଣାଇ ଦେଇଛନ୍ତି।

Comments are closed.