ତବଲିଗୀ ଜମାତ୍ର ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯିବା ଉଚିତ୍: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ମହିଳା ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳା ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ତବଲିଗି ଜମାତ୍ର ସଦସ୍ୟମାନେ ଏକ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବାବେଳେ ଡାକ୍ତରଖାନାରେ ପୃଥକ ୟୁନିଟରେ ରଖାଯିବା ସହ ସେମାନଙ୍କୁ ଗୁଳିମାରି ହତ୍ୟା କରାଯିବା ଉଚିତ। ଏପରି ଲୋକଙ୍କୁ ଚିକିତ୍ସା ସୁବିଧା ଦେବା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ରାଜ ଠାକରେ।
ଲୋକଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏଭଳି ଲୋକଙ୍କୁ ମାଡ ଦିଆଯିବା ଉଚିତ ଏବଂ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଉଚିତ ବୋଲି ଏମଏନଏସ ମୁଖ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶ କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସଂଗ୍ରାମ କରୁଛନ୍ତି। ପୋଲିସ ଏବଂ ଡାକ୍ତରୀ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଠାକୁର କହିଛନ୍ତି ଯେ ଆମେ ଦେଖୁଛୁ ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଉଛି ଏବଂ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି।
ରାଜ ଠାକରେ ଆହୁରି କହିଛନ୍ତି ଯେ, ଦିଲ୍ଲୀର ତାବଲିଗି ଜମାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଏଭଳି ଲୋକଙ୍କୁ ଗୁଳି କରାଯିବା ଉଚିତ୍। ସେମାନଙ୍କୁ କାହିଁକି ଚିକିତ୍ସା କରାଯାଉଛି? ଏକ ପୃଥକ ଅଂଶ ପ୍ରସ୍ତୁତ କରାଯିବା ଉଚିତ ଏବଂ ସେମାନଙ୍କର ଚିକିତ୍ସା ବନ୍ଦ କରାଯିବା ଉଚିତ୍ ବୋଲି ଶ୍ରୀ ଠାକରେ କହିଛନ୍ତି।