Odisha Link
Bridging the Missing Links in Odisha

ଚୂନା ଲଗାଇଲା ଚୀନ: ପାକିସ୍ତାନକୁ ପଠାଇଲା ଅନ୍ତର୍ବାସ କପଡ଼ାର ମାସ୍କ

ଓଏଲ୍‌ ବ୍ୟୁରୋ: ଚୀନ ଓ ପାକିସ୍ତାନ ହୁଏତ ଭଲ ବନ୍ଧୁ ହୋଇପାରନ୍ତି। କିନ୍ତୁ କରୋନା ବିତ୍ପାତ ସମୟରେ ଏ ବନ୍ଧୁତା ଅପମାନ ପାଲଟିଛି। ଚୀନ୍‌ ପକ୍ଷରୁ ପାକିସ୍ତାନକୁ ପଠାଯାଇଥିବା ମାସ୍କ ଅତ୍ୟନ୍ତ ନିମ୍ନମାନର ଓ ଅନ୍ତର୍ବାସ କପଡ଼ାରେ ତିଆରି ବୋଲି ଅଭିଯୋଗ କରିଛି ପାକିସ୍ତାନ ଗଣମାଧ୍ୟମ।

‘ଚାିନା ନେ ଚୂନା ଲଗାଦିୟା’ ଶୀର୍ଷକ ଏକ ପାକିସ୍ତାନୀ ଭିଡିଓ ଏବେ ବେଶ୍‌ ଭାଇରାଲ୍‌ ହୋଇଛି ଯେଉଁଥିରେ ଜଣେ ଟିଭି ଉପସ୍ଥାପିକା ଏଭଳି କହୁଥିବା ଶୁଣିବାକୁ ମିଳୁଛି। ଚୀନ୍‌ ଏନ୍-୯୫ ମାସ୍କ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିେ ହେଁ, ଅନ୍ତର୍ବାସ କପଡ଼ାରେ ତିଆରି ଶାସ୍ତା ମାସ୍କ ପଠାଇଛି ବୋଲି ଏହି ଭିଡିଓରେ ଅଭିଯୋଗ କରାଯାଇଛି।

ଟିଭି ଉପସ୍ଥାପିକା କହିଛନ୍ତି- ଚାଇନା ଚୂନା ଲଗାଇ ଦେଇଛି। ସେମାନେ ସିନ୍ଧ ପ୍ରଦେଶ ପାଇଁ ଏନ୍-୯୫ ମାସ୍କ ପଠାଇବେ ବୋଲି କହିଥିଲେ, କିନ୍ତୁ ଅନ୍ତର୍ବାସରେ ତିଆରି କରି ପଠାଇଦେଇଛନ୍ତି। ସିନ୍ଧ ସରକାର ମଧ୍ୟ ମାସ୍କଗୁଡ଼ିକ ପରଖ ନକରି ଡାକ୍ତରଖାନାମାନଙ୍କୁ ପଠାଇ ଦେଇଛନ୍ତି ଯେଉଁଠି ଡାକ୍ତର ଓ ନର୍ସମାନେ ଏହି ମାସ୍କକୁ ସେମାନଙ୍କ ପ୍ରତି ଉପହାସ ବୋଲି ଅଭିହିତ କରିଛନ୍ତି।

ନିକଟରେ ଚୀନରୁ କରୋନା ଟେଷ୍ଟିଂ କିଟ୍‌ କିଣିଥିବା ସ୍ପେନ୍‌ ସମାନ ଧରଣର ଠକେଇ ଅଭିଯୋଗ କରିଥିଲା। ଟେଷ୍ଟିଂ କିଟ୍‌ ସବୁ ମାତ୍ର ୩୦% କାମ କରୁଛି ବୋଲି ଅଭିଯୋଗ କରି ସ୍ପେସ୍‌ ଚୀନ୍‌କୁ ସାମଗ୍ରୀ ଫେରାି ଦେଇଥିଲା। ସେହିପରି ଚୀନରୁ ଦେଢ଼ ଲକ୍ଷ ଟେଷ୍ଟିଂ କିଟ୍‌ କିଣିଥିବା ଚେକ୍‌ ରିପବ୍ଲିକ୍‌ ମଧ୍ୟ ଅଭିଯୋଗ କରିଛି ଯେ ୮୦% କିଟ୍‌ କାମ କରୁନାହିଁ। ଯେଉଁଗୁଡ଼ିକ କାମ କରୁଛି ତାହାର ରିପୋର୍ଟ ସଠିକ ନୁହେଁ ବୋଲି ଅଭିଯୋଗ କରି ଦେଶରେ ପୁଣି ଲାବ୍‌ ଟେଷ୍ଟ୍‌ କରାଉଛି ଚେକ୍‌ ରିପବ୍ଲିକ୍।

Comments are closed.