ଆଜି ରାତି ୮ଟାରେ ସଟ୍ଡାଉନ୍ ଉଠିବ, ଗହଳି କରିବେ ନାହିଁ: ଅସିତ୍ ତ୍ରିପାଠୀ

ଭୁବନେଶ୍ବର: ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରୁ ସଟ୍ଡାଉନ୍ ଉଠିଯିବ। ଏହାପରେ ଭିଡ଼ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆହୁରି ସେ କହିଛନ୍ତି ଯେ, ରାତି ୮ଟାରେ ସଟ୍ଡାଉନ୍ ଉଠିଲା ପରେ କେହି ମାର୍କେଟ ଯାଆନ୍ତୁ ନାହିଁ। ଯଦି ଆପଣମାନେ ମାର୍କେଟରେ ଗହଳି କରିବେ ତେବେ ସଟ୍ଡାଉନ୍ର ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
ଆଜି ରାତି ୮ଟାରୁ ଭୁବନେଶ୍ୱର-କଟକ-ଭଦ୍ରକ ସହରରେ ସଟ୍ଡାଉନ୍ କଟକଣା ହଟିବ। ପୂର୍ବପରି ଲକ୍ଡାଉନ୍ କଟକଣା ଜାରି ରହିବ ଏବଂ ଏଯାଏଁ ଓଡ଼ିଶାରେ କରୋନାର ଗୋଷ୍ଟୀ ସଂକ୍ରମଣର ଡର ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଏଥିସହିତ ୩ ସହରର ପୋଲିସ କର୍ମଚାରୀଙ୍କୁ, ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ। ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ଡାଉନ କରାଯାଇଥିଲା ବୋଲି କହିଛନ୍ତି ଅସିତ୍ ତ୍ରିପାଠୀ।