Odisha Link
Bridging the Missing Links in Odisha

ସମ୍‌ ପରିସରରେ ୫୨୫ ଶଯ୍ୟା ବିଶିଷ୍ଠ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ତୃତୀୟ କୋଭିଡ୍‌ ହସ୍ପିଟାଲ ସ୍ଥାନୀୟ ସମ୍‌ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଡାକ୍ତରଖାନାରେ ୫୦୦ ଶଯ୍ୟା ଥିବା ବେଳେ ୨୫ଟି ଆଇସିୟୁ ଶଯ୍ୟା ରହିଛି। ସୋଆ କ୍ୟାମ୍ପସ୍‌-୨ରେ ଏହି ହସ୍ପିଟାଲ ଖୋଲାଯାଇଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏଠାରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବା ସହ ସେମାନଙ୍କ ସେବା ମନୋବୃତ୍ତିର ଭୂୟସୀ ପ୍ରଶଂସା କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ପ୍ହଲ୍ଲାଦ ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ଖୁବ୍‌ କମ ସମୟରେ ସୋଆ ବିଶ୍ବବିଦ୍ୟାଳୟ ,ଭଳି ଏକ ଡାକ୍ତରଖାନା ପ୍ରତିଷ୍ଠା କରିପାରିଥିବାରୁ ଓ ଏଥିପାଇଁ ଏମ୍‌ସିଏଲ୍‌ ଆର୍ଥିକ ସହାୟତା ଦେଇଥିବାରୁ ଉଭୟ କର୍ତୃପକ୍ଷଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଏହାକୁ ମିଶାଇ ମୋଟି ୪ଟି ବୃହତ୍ତ କୋଭିଡ୍‌ ହସ୍ପିଟାଲ ଏଯାଏଁ କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ବର କିମ୍‌ସ ପରିସରରେ ୫୦୦ ଶଯ୍ୟା, କଟକ ଅଶ୍ବିନୀ ହସ୍ପିଟାଲ ପରିସରରେ ୧୨୫ ଶଯ୍ୟା, ସୁନନ୍ଦରଗଡ଼ରେ ହାଇଟେକ୍‌ ହସ୍ପିିଟାଲ ପରିସରରେ ୨୦୦ ଶଯ୍ୟା ଓ ସମ୍‌କୁ ମିଶାଇ ମୋଟ ୧୩୫୦ ଶଯ୍ୟା ବର୍ତ୍ତମାନ ଯାଏଁ ସମ୍ଭାବ୍ୟ କୋଭିଡ୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିଛି।

Comments are closed.