Odisha Link
Bridging the Missing Links in Odisha

ସମ୍‌ର କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଉଦଘାଟିତ ହେଲା “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲ। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରରେନସିଙ୍ଗ୍ ଜରିଆରେ ସ୍ଥାନୀୟ “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ଏହି ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏଥିସହିତ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

“ଆଇଏମଏସ୍’ ଓ “ସମ୍’ର ମିଳିତ ଉଦ୍ୟମରେ ଏହି କୋଭିଡ୍-୧୯ ହସପିଟାଲରେ ୫୨୫ ରୋଗୀଙ୍କ ନିମନ୍ତେ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଆଜିଠୁ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। କିମ୍ସ ହସ୍ପିଟାଲରେ ୧୪ କରୋନା ରୋଗୀ ଚିକିତ୍ସାଧୀନ ଥିବାର ସୂଚନା ମିଳିଛି। ଅପରପକ୍ଷରେ ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ବି କାର୍ଯ୍ୟକ୍ଷମ ହୋଇଥିବା ସୂଚନା ରହିଛି। ସୂଚନାଥାଉକି, ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Comments are closed.