Odisha Link
Bridging the Missing Links in Odisha

COVID-19: ୭୬ ଦିନ ପରେ ଚୀନର ଉହାନ ସହରରୁ ଉଠିଲା ଲକ୍‌ଡାଉନ୍, ସ୍ୱାଭାବିକ ହେଲା ସ୍ଥିତି

ବେଜିଂ: ମହାମାରୀ କରୋନା ଭାଇରସର ମୂଳ ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ୍ ସହର ପ୍ରାୟ ୧୧ ସପ୍ତାହର ଲକ୍‌ଡାଉନ୍‌ ଆଜି ସମାପ୍ତ ହୋଇଛି। ୭୬ ଦିନର ଲକ୍‌ଡାଉନ୍‌ ପରେ ଗତକାଲି ମଧ୍ୟରାତ୍ରିରୁ ଉହାନ ସହରରୁ ଲକ୍‌ଡାଉନ୍‌ ଉଠିଯାଇଛି। କରୋନା ଏହି ସହରରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିବା ପରେ ଜାନୁଆରୀ ୨୩ ତାରିଖରେ ଏହି ସହରକୁ ଚୀନ ସରକାର ଲକ୍ଡ଼ାଉନ୍ କରିଥିଲେ। କରୋନାରେ ଏହି ସହରରେ ଚୀନର ସବୁଠାରୁ ବେଶୀ ମୃତ୍ୟୁ ହୋଇଥିଲା।

ଲକ୍ଡ଼ାଉନ୍ ଖୋଲିବା ପରେ ସହରରେ ପରିବହନ ବ୍ୟବସ୍ଥାକୁ ଉନ୍ମୁକ୍ତ କରି ଦିଆଯାଇଛି ବୋଲି ସୂଚନା ମିଳିଛି। ଉଭୟ ବାୟୁପଥ, ରେଳପଥ ଓ ସଡ଼କ ପଥରେ ଲୋକମାନଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯାଇଛି। ୧.୧ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ଦେଶର ମୋଟ ମୃତକ ୩୩୩୧ ମଧ୍ୟରୁ ୨୫୦୦ ମୃତ୍ୟୁ ଘଟିଥିଲା। ସେହିପରି ଚୀନର ମୋଟ ସଂକ୍ରମିତ ୮୨ହଜାର ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୫୦ ହଜାର ଏହିଠାରେ ସଂକ୍ରମିତ ହୋଇଥିଲେ। ଗତ ଡ଼ିସେମ୍ବର ମାସରେ ଉହାନରେ ପ୍ରଥମ ମୃତ୍ୟୁ ଘଟିଥିଲା।

Comments are closed.