Odisha Link
Bridging the Missing Links in Odisha

ଘରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଆଉ କନ୍ୟା

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ କରୋନା ପ୍ରଭାବରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଶ୍ରମଦାନ ମାଧ୍ୟମରେ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ କନ୍ୟା। ଦିଲ୍ଲୀ ସ୍ଥିତ ବାସଭବନରେ ଧର୍ମାନ୍ଦ୍ରଙ୍କ ପତ୍ନୀ ମୃଦୁଳା ଓ କନ୍ୟା ନୈମିଷା ଲୋକଙ୍କ ପାଇଁ ମାସ୍କ ତିଆରିରେ ବ୍ୟସ୍ତ ଅଛନ୍ତି।

ଏ ନେଇ ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ଫଟୋ ଛାଡ଼ିବା ସହ ‘ଆମେ ଏ ଖରାପ ସମୟରେ ସମାଜ ପାଇଁ ଆମ ଦ୍ବାରା ଯାହା ସମ୍ଭବ କରିବା ପାଇଁ ଚେଷ୍ଟା କରିବା ଉଚିତ’ ବୋଲି ଲେଖିଛନ୍ତି। ଘର ଲୋକଙ୍କ ପାଇଁ ଓ ଆବଶ୍ୟକ କରୁଥିବା ଅନ୍ୟମାନଙ୍କ ପାଇଁ ମାସ୍କ ତିଆରିରେ ବ୍ୟସ୍ତ ଥିବା ପତ୍ନୀ ଓ ଝିଅଙ୍କ ପାଇଁ ସେ ଗର୍ବିତ ବୋଲି ଲେଖିଛନ୍ତି। ନିଜେ ଜାଣିଥିବା କୌଶଳର ବ୍ୟବହାର କରିବା ସହ ନୂଆ କୌଶଳ ଶିଖିବା ପାଇଁ ଏହା ହିଁ ପ୍ରକୃଷ୍ଠ ସମୟ ବୋଲି ସେ ଉଲ୍ଲେଖ କରିଛନ୍ତି।

Comments are closed.