Odisha Link
Bridging the Missing Links in Odisha

ଲକ୍‌ଡାଉନ୍: ‘ଆଚ୍ଛା’ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଅପରପକ୍ଷେ ଲକ୍‌ଡାଉନ୍ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନ୍ୟ ରୋଗୀମାନେ। ଏଭଳି ସମୟରେ ବାଲେଶ୍ଵର ରକ୍ତଭଣ୍ଡାରରେ ରକ୍ତ ଆଭାବ ଦେଖା ଦେଇଛିl ଏଭଳି ପରିସ୍ଥିତିରେ ସ୍ଵେଚ୍ଛାସେବୀ ସଂଗଠନ ‘ଆଚ୍ଛା’ ରକ୍ତର ଅଭାବ ପୂରଣ କରିବାକୁ ଆଗେଇ ଆସିଛିl

ସୋମବାର ‘ଆଚ୍ଛା’ ସଂଗଠନର ମେଡିକାଲ କୋ-ଅର୍ଡିନେଟର ଉଦୟ ଭାନୁଙ୍କ ତତ୍ତ୍ଵାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା। ପରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।ପରେ ବ୍ଲଡ୍ ବ୍ୟାଙ୍କ୍ ଅଧିକାରୀ ଡା. ବସନ୍ତ ଉପାଧ୍ୟାୟ ରକ୍ତ ଦାତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଲ୍ୟାବ ଟେକ୍ନିସିଆନ୍ ଅକ୍ଷୟ କୁମାର ଜେନା, ସୟଦ ଦିଲଦାର, ଆଟେଣ୍ଡାଣ୍ଟ ବିନୋଦ ବିହାରୀ, ବିଜୟ କୁମାର ବଳ ଦ୍ଵାରା ଦୂରତା ରକ୍ଷା କରି ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ରକ୍ତ ଦାନ ଶିବିରକୁ ଯୁବ ସାମାଜସେବୀ ପ୍ରସନ୍ନଜିତ ସାହୁ ଉଦଘାଟନ କରିଥିଲେ।ରକ୍ତ ଦାନ ଶିବିରରୁ ୪୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।

Comments are closed.