Odisha Link
Bridging the Missing Links in Odisha

ପିତାଙ୍କ ବିୟୋଗ ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଲେ କଟକ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ଆଜି ସକାଳୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପିତାଙ୍କ ବିୟୋଗ ଘଟିଛି। ଏହାସତ୍ତ୍ବେ ଶ୍ରୀ ଚଇନି ଛୁଟି ନନେଇ କାର୍ଯ୍ୟ ଯୋଗ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏଭଳି ନିଷ୍ଠାପରତା କାର୍ଯ୍ୟ ପାଇଁ ଭୂରି ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭଳି ଯୁଦ୍ଧ କାଳିନ ପରିସ୍ଥିତି ବେଳେ ତାଙ୍କର କର୍ତ୍ତବ୍ୟ ନିଷ୍ଠାକୁ ସେ ପ୍ରଶଂସା କରିଛନ୍ତି। ଓଡ଼ିଶା ତାଙ୍କର ପ୍ରେରଣାଦାୟୀ ନେତୃତ୍ୱକୁ ସମ୍ମାନ ଜଣାଉଛି ବୋଲି ନବୀନ କହିଛନ୍ତି।

ଅପରପକ୍ଷେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପିତୃ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଜିଲ୍ଲାପାଳଙ୍କ ସହ ଫୋନରେ କଥା ହେବ ସହ ତାଙ୍କୁ ସାନ୍ତ୍ୱନା ଜଣାଇଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ଟିିଟ୍ କହିଛନ୍ତି ଯେ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପିତୃ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ସହିତ ଫୋନରେ କଥା ହୋଇ ସାନ୍ତ୍ୱନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କଲି। କରୋନା ଆକ୍ରମଣ ଭଳି ଆହ୍ବାନମୂଳକ ସମୟରେ ଶ୍ରୀ ଚାଇନୀ ପିତୃ ବିୟୋଗ ପରେ ମଧ୍ୟ କାର୍ଯ୍ୟରୁ ବିରତ ନହୋଇ ଯେପରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ତାହା ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କ ପାଇଁ ପ୍ରେରଣାଦାୟୀ ହେବ।

Comments are closed.