Odisha Link
Bridging the Missing Links in Odisha

ଭାରତରେ କରୋନା: ୨୪ ଘଣ୍ଟାରେ ୫୦୮ ନୂଆ ମାମଲା, ୧୩ ମୃତ

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଏହି ମହାମାରୀ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କ୍ରମାଗତ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ସନ୍ଧ୍ୟା ସୁଦ୍ଧା ଦେଶରେ ୪୭୮୯ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି। ଅପରପକ୍ଷେ ୩୫୨ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୮ ଜଣଙ୍କ ମୃତ୍ୟୁ ଘଟିଲାଣି। ୨୪ ଘଣ୍ଟାରେ ଦେଶରେ ୫୦୮ନୂଆ ମାମଲା ଆସିଛି। ଏପର୍ଯ୍ୟନ୍ତ ଦେଶରେ ୧,୦୭, ୦୦୬ଜଣଙ୍କ ପରୀକ୍ଷା କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ନେଉଥିବା ପରେ ବି ମୃତକଙ୍କ ସଂଖ୍ୟା ବଢିଛି। ତେବେ ଭୂତାଣୁକୁ ରୋକିବାକୁ ହେଲେ ଘରେ ସତର୍କ ରହିବା ସହ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

Comments are closed.