Odisha Link
Bridging the Missing Links in Odisha

ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ ପ୍ରତିଶ୍ରୁତି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜାସମସ୍ୟାକୁ ଦୂରକରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ ଅହମ୍ମଦ ଅଲ୍‌ଜାବେର୍‌ଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେଏଡିଏନସିଓର ସିଇଓ ଭାରତକୁ ଅତିରିକ୍ତଏଲପିଜି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବାଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଜଣାଇଛନ୍ତି।

ଏହି ଆଲୋଚନାରେ ତୈଳ ଓ ଗ୍ୟାସ ଉପରେ ଉଭୟ ବିଚାର ବିମର୍ଷ କରିଥିଲେ। ଉର୍ଜାକ୍ଷେତ୍ରରେ କୋରନା ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ତଥା ଦୂର କରିବା ପାଇଁ ଭାରତ ଓ ଦୁବାଇ ମଧ୍ୟରେ ଋଣନୈତିକ ସହଯୋଗ ଢାଂଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ସମ୍ମତି ଜଣାଇଥିବା ଶ୍ରୀପ୍ରଧାନ ଟ୍ୱିଟ୍‌ କରି ଜଣାଇଛନ୍ତି।

ଭାରତ ସରକାରଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ ଘୋଷିତ ପ୍ୟାକେଜରେଏପ୍ରିଲରୁ ଜୁନ ମଧ୍ୟରେ ମାଗଣାରେ ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ଏଲପିଜିର ରିଫିଲ୍‌ ଯୋଗାଇବା ପାଇଁ ଅଧିକ ଆବଶ୍ୟକତା ରହିଛି। ଏହିମର୍ମରେ ଭାରତକୁ ଅଧିକ ଏଲପିଜି ଯୋଗାଣ କରିବା ପାଇଁ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହା ବ୍ୟତିତ ଭାରତର ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ପାଇଁ ଅଶୋଧିତ ତୈଳର ସ୍ରୋତ ପାଇଁ ମଧ୍ୟ ଜାବେର୍ ପୂର୍ଣ୍ଣ ସମର୍ଥନ ଦେଇଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

Comments are closed.