Odisha Link
Bridging the Missing Links in Odisha

କରୋନା: ନରେନ୍ଦ୍ରପୁରରେ ଦଣ୍ଡଯାତ୍ରାକୁ ବନ୍ଦ କଲା ପ୍ରଶାସନ

ଶରଣକୁଳ: ନୟାଗଡ଼ ଜିଲ୍ଲାରେ ସାହିତ୍ୟ,ସଂସ୍କୃତି ଏବଂ ପରମ୍ପରା ସବୁଠୁ ନିଆରା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଣ୍ଡଯାତ୍ରା ଖୁବ ଧୁମଧାମରେ ପାଳିତ ହୁଏ। ହେଲେ କରୋନାର ପ୍ରଭାବରେ ଜିଲ୍ଲାରେ ଲାକଡାଉନ ଜାରି ରହିଥିବା ଯୋଗୁଁ ଏବର୍ଷ ଦଣ୍ଡଯାତ୍ରାକୁ ବାରଣ କରାଯାଇଥିଲା।

ହେଲେ ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମର ପ୍ରାୟ ୩୦ ଜଣ ଦଣ୍ଡୁଆ ଏକତ୍ରିତ ହୋଇ ନଗର ପରିକ୍ରମା କଲାବେଳେ ଶରଣକୁଳ ଥାନା ଅଧିକାରୀ କିରଣ ହେମ୍ବ୍ରମ ଏବଂ ତହସିଲଦାର ବିଜୟୀତା ସାମନ୍ତସିଂହାର ସେମାନଙ୍କୁ ବାରଣ କରିଥିଲେ।ଫଳରେ ଠାକୁରଙ୍କୁ ନେଇ ସେମାନେ ଫେରିଯିବା ସହ କେବଳ ସ୍ୱଳ୍ପ ଦଣ୍ଡୁଆ ଠାକୁରଙ୍କ ନିୟମିତ ନୀତିକାନ୍ତି କରିବେ ବୋଲି ସୂଚନା ମିଳିଛି।

Comments are closed.