Odisha Link
Bridging the Missing Links in Odisha

ଓଡ଼ଗାଁ ରଘୁନାଥ ଜୀଉଙ୍କର ବନବାସ ବେଶ

ନୟାଗଡ଼: କରୋନାର ପ୍ରଭାବ ଯୋଗୁଁ ନୟାଗଡ଼ ଜିଲ୍ଲାବାସୀ ଲକ୍‌ଡାଉନ୍‌ରେ ଥିବା ସତ୍ତ୍ୱେ ସ୍ଥାନୀୟ ରଘୁନାଥ ମନ୍ଦିରରେ ଶ୍ରୀ ରଘୁନାଥ ଜୀଉଙ୍କର ନୀତିକାନ୍ତି ନିର୍ଦ୍ଦିଷ୍ଟ ନିଯୁକ୍ତ ସେବୟତମାନଙ୍କ ଦ୍ୱାରା ନିୟମିତ କରାଯାଉଛି। ଆଜି ଯାତ୍ରାର ଷଷ୍ଠ ଦିନରେ ଶ୍ରୀ ରଘୁନାଥ ଜୀଉ ବନବାସ ବେଶରେ ସୁସଜ୍ଜିତ ହୋଇଛନ୍ତି।

ବାଲ୍ମିକୀ ରାମାୟଣ ମତେ ରାଜସୁଖକୁ ପରିହାର ପୂର୍ବକ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ରାମଚନ୍ଦ୍ର ଦେବୀସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ବନବାସ ଯାଇଥିଲେ। ଅରଣ୍ୟରୁ ଅରଣ୍ୟ ଘୂରିବୁଲୁଥିଲେ ଦୁଃଖ ଯନ୍ତ୍ରଣାକୁ ପାଥେୟ କରି। ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଏକାକିନୀ ଦେଖି ଅପହରଣ କରିନେଲା। ରାବଣ ଓ ସମସ୍ତ ରାକ୍ଷାସ ମାନଙ୍କୁ ନିଧନ କରି ସୀତାଙ୍କୁ ଉଦ୍ଧାର ବେଳକୁ ଚଉଦ ବର୍ଷର ବନବାସ ପୂରିଯାଇଥିଲା। ଏହି ସୁନ୍ଦର ବେଶକୁ ଆଜି ମଧ୍ୟ ଦର୍ଶକମାନେ ଦର୍ଶନ କରିନପାରି ନିରାଶ ହୋଇଛନ୍ତି।

Comments are closed.