Odisha Link
Bridging the Missing Links in Odisha

ଓଡ଼ଗାଁ ରଘୁନାଥ ଜୀଉଙ୍କର ଚିତ୍ରକୁଟ ବେଶ

ଓଡ଼ଗାଁ: ଆଜି ଓଡ଼ଗାଁ ରଘୁନାଥ ମନ୍ଦିରରେ ପ୍ରଭୁ ରଘୁନାଥ ଜୀଉ ଚିତ୍ରକୁଟ ବେଶରେ ସୁସଜ୍ଜିତ ହୋଇଛନ୍ତି। ଚିତ୍ରକୁଟରେ ଭରତ ଆସି ରାମଚନ୍ଦ୍ରଙ୍କୁ ଭେଟି ବନବାସରୁ ଲେଉଟି ରାଜ୍ୟକୁ ଯିବା ପାଇଁ ରାମଙ୍କୁ ଅନୁରୋଧ କରିଥିଲେ। ମଧ୍ୟପ୍ରଦେଶଠାରେ ରହିଛି ଏହି ସ୍ଥାନ। ଚିତ୍ରକୁଟ ପାଖରେ ଅଛି ରାମ ଘାଟ ଯେଉଁଠି ପ୍ରଭୁ ରାମଚନ୍ଦ୍ର ସ୍ନାନ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଆଜି ମଧ୍ୟ ଲକ ଡାଉନ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ଥିବାବେଳେ କେବଳ ସେବୟତମାନଙ୍କ ଦ୍ଵାରା ପ୍ରଭୁଙ୍କ ନୀତିକାନ୍ତି ସମାପନ କରାଯାଇଥିଲା।

Comments are closed.