Odisha Link
Bridging the Missing Links in Odisha

ସାବଧାନ ଭୁବନେଶ୍ବର: ଏହି ଓମଫେଡ୍‌ ବୁଥକୁ ୧୪ ଦିନ ଭିତରେ ଯାଇଛନ୍ତି କି?

ଭୁବନେଶ୍ବର: ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍‌ ବୁଥ୍‌କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି ବିଏମ୍‌ସି କର୍ତୃପକ୍ଷ।

ସତ୍ୟନଗର ତୋଷାଳୀ ପ୍ଲାଜା ସମ୍ମୁଖ ଓମ୍‌ଫେଡ୍‌ ବୁଥ୍‌କୁ ଜଣେ ଆକ୍ରାନ୍ତ ବହୁବାର ଯାଇଛନ୍ତି। ଏଣୁ ବିଗତ ୧୪ ଦିନ ଭିତରେ ଯେଉଁମାନେ ଏହି ବୁଥ୍‌କୁ ଯାଇଛନ୍ତି ସେମାନେ ଘରେ ସଙ୍ଗରୋଧ ରହିବାକୁ ବିଏମ୍‌ସି ପରାମର୍ଶ ଦେଇଛି। ଯଦି କୌଣସି କୋଭିଡ୍‌ ଲକ୍ଷଣ ଭଳି ସନ୍ଦେହ ଯାତ ହୁଏ ତେବେ ୧୦୪ରେ ଫୋନ କରିବା ପାଇଁ ଅନୁରୋଧ କରାଯାଇଛି।

Comments are closed.