Odisha Link
Bridging the Missing Links in Odisha

ପରଲୋକରେ ‘ରାମାୟଣ’ର ସୁଗ୍ରୀବ

ମୁମ୍ବାଇ: ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍। ଏହି ସମୟରେ ଘରେ ରହିବାକୁ ଏବଂ ସାମାଜିକ ଦ୍ବରତ୍ବ ବଜାୟ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଏହି ସମୟରେ ଡିଡି ନେସନାଲରେ ପୁନଃପ୍ରସାରିତ ହେଉଛି ରାମାନାନ୍ଦ ସାଗରଙ୍କ ‘ରାମାୟଣ’ ସରିୟଲ ଯାହା ଟିଭି ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଛି। ଏହି ସମୟରେ ଏକ ଦୁଃଖଦ ଖବର ଆସିଛି। ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରୀବ ଭୁମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନୀଙ୍କ ଦେହାନ୍ତ ଘଟିଛ। ଅସୁସ୍ଥତା କାରଣରୁ ତାଙ୍କ ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଛି।

ତେବେ ଶ୍ୟାମଙ୍କ ଅଭିନୟ କ୍ୟାରିୟର ରାମାୟଣରୁ ଆରମ୍ଭ ହୋଇଥିଲା। ଏହା ପରେ ସେ ଅଭିନୟ ଜଗତରେ ଅଧିକ କାମ କରିନଥିଲେ। ସହ-କଳାକାରଙ୍କ ନିଧନରେ ରାମ-ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଓ ସୁନୀଲ ଲାହ୍ରୀ ଉଭୟ ଶୋକ ପ୍ରକାଶ କରିଛନ୍ତି।

Comments are closed.