Odisha Link
Bridging the Missing Links in Odisha

‘କାନ୍ଦ, ମୋର ପ୍ରିୟ ଦେଶବାସୀ’: ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ମୋଦି କହିଛନ୍ତି। ମୋଦିଙ୍କ ଘୋଷଣା ପରେ ବରିଷ୍ଠ କଂଗ୍ରେସ ନତୋ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି, ‘ଗରିବମାନଙ୍କୁ ୨୧+୧୯ = ୪୦ ଦିନ ପାଇଁ ନିଜର ବ୍ୟବସ୍ଥା କରିବାକୁ ଛାଡିଦେଲେ ସରକାର। ଟଙ୍କା ଅଛି, ଖାଦ୍ୟ ଅଛି, କିନ୍ତୁ ସରକାର ତାହା ଦେବେ ନାହିଁ। କାନ୍ଦ, ମୋର ପ୍ରିୟ ଦେଶବାସୀ ବୋଲି କହିଛନ୍ତି ଚିଦାମ୍ବରମ୍।

ଅନ୍ୟ ଏକ ଟୁଇଟରେ ଚିଦାମ୍ବରମ୍‌ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମାନେ ମାଗିଥିବା ସହାୟତା ରାଶି ଉପରେ ଏଯାଏ କୌଣସି ପ୍ରତିକ୍ରିୟା ଆସିନାହିଁ। ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ପ୍ୟାକେଜରେ ଗୋଟିଏ ଟଙ୍କା ମଧ୍ୟ ଯୋଗ କରାଯାଇ ନାହିଁ। ରଘୁରାମ ରାଜନ ଠାରୁ ଜାନ୍ ଡ୍ରିସ୍, ପ୍ରଭାତ ପଟ୍ଟନାୟକଙ୍କ ଠୁ ଅଭିଜିତ୍ ବାନାର୍ଜୀ ଦେଇଥିବା ଉପଦେଶକୁ ଅଣଦେଖା କରାଯାଇଥିଲା ବୋଲି କହିଛନ୍ତି ପି ଚିଦାମ୍ବରମ୍‌। ଏଥିସହିତ ଆମେ ପ୍ରଧାନମନ୍ତ୍ରୀଙ୍କ ନୂତନ ବର୍ଷର ଅଭିବାଦନ ଗ୍ରହଣ କରୁଛୁ। ଲକଡାଉନ୍ ବୃଦ୍ଧିକୁ ଆମେ ବୁଝି ପାରୁଛୁ। ଆମେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁ ବୋଲି କହିଛନ୍ତି ଚିଦାମ୍ବରମ୍ ।

ସୂଚନାଥାଉକି, ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ମୋଦି କହିଛନ୍ତି। ଏହି ସମୟରେ ସେ ଲକଡାଉନ ଅବଧିର ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି। ଏପ୍ରିଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି ଏହି ସମୟ ସୀମା ମଧ୍ୟରେ ଯେଉଁ ସବୁ ସ୍ଥାନରେ କରୋନା ହଟସ୍ପଟ ସୃଷ୍ଟି ହେବନାହିଁ। ସେଠାରେ କଟକଣାକୁ ସମାନ୍ୟ କୋହଲ କରାଯିବ ବୋଲି ମୋଦି କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ କରାଯିବ। ଏପ୍ରିଲ ୨୦ ଯାଏ ସମସ୍ତ ଜିଲ୍ଲା, ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ତୀକ୍ଷ୍ଣ ଭାବେ ସମୀକ୍ଷା କରାଯିବ। ଯେଉଁ ରାଜ୍ୟରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି, ସେଠାରେ ସାମାନ୍ୟ ନୀତି କୋହଳ ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯିବ। ଏହି ଦ୍ୱିତୀୟ ଲକଡାଉନର ଅବଧି ୧୯ ଦିନ ରହିଛି। ଅର୍ଥାତ ୧୫ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇ ମେ’ ୩ ଯାଏ ଲକଡାଉନ ପାଳନ କରାଯିବ। ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ପ୍ରାୟ ସବୁ କ୍ଷେତ୍ରରେ କଟକଣା ଲାଗିଥିଲା। ହେଲେ ୨ୟ ପର୍ଯ୍ୟାୟରେ ଜୀବନ ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର।

Comments are closed.